The Ultimate Managed Hosting Platform
ADVERTISEMENT

ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା !

Facebook
Twitter
LinkedIn

ଢାକା: ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ । ଗତ ମାସରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏ ନେଇ ମଙ୍ଗଳବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିବାଦୀୟ ଚାକିରି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାଙ୍କ ଆୱାମୀ ଲିଗ୍ ନେତୃତ୍ୱାଧୀନ ସରକାର ବିରୋଧରେ ବ୍ୟାପକ ପ୍ରତିବାଦ ପରେ ଗତ ସପ୍ତାହରେ ଇସ୍ତଫା ଦେଇଥିବା ୭୬ ବର୍ଷୀୟ ହସିନାଙ୍କ ବିରୋଧରେ ଏହା ହେଉଛି ପ୍ରଥମ ମାମଲା। ସୂଚନାଯୋଗ୍ୟ ଯେ କୋଟା ପ୍ରସଙ୍ଗକୁ ନେଇ ହିଂସାତ୍ମକ ବିକ୍ଷୋଭ ପରେ ଆୱାମୀ ଲିଗ୍ ନେତା ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତକୁ ପଳାଇଆସିଛନ୍ତି । ଗାଜିଆବାଦର ହିଣ୍ଡନ ଏୟାରବେସର ଏକ ସୁରକ୍ଷିତ ସ୍ଥାନରେ ସେ ରହୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

ADVERTISEMENT
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

Login