The Ultimate Managed Hosting Platform
ADVERTISEMENT

ମାଲଦାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗିରଫ

Facebook
Twitter
LinkedIn

କଟକ: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ୪୫ ପ୍ଲଟ ଓ ଫ୍ଲାଟର ମାଲିକ ହେଉଛନ୍ତି ପ୍ରଦୀପ ରଥ । ତାଙ୍କ ପ୍ଲଟର ଆନୁମାନିକ ମୂଲ୍ୟ ୧ କୋଟିରୁ ୬୨ ଲକ୍ଷ ଟଙ୍କା ହେବ । ଭୁବନେଶ୍ବରରେ ରହିଛି ଦୁଇଟି ଦାମୀ ପ୍ଲଟ । ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି । ଏହାସହିତ ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି ଚଡାଉ କରାଯାଇ । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ୟ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣାଧୀନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ବିଭିନ୍ନ ସ୍ଥାନ, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login