ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ଭାରତ ସୀମାରେ ହାଇଆଲର୍ଟ । ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ପାଟ୍ରୋଲିଂକୁ କଡାକଡି କଲା ଆସାମ । ୟୁକେରେ ଶରଣାର୍ଥୀ ପାଇଁ ଆବେଦନ କରିବେ ଶେଖ ହସିନା । କାଲି ହିଣ୍ଡନ ଏୟାରବେସରେ ପହଁଚିଥିଲେ ହସିନା । ଆଜି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏସ. ଜୟଶଙ୍କର। ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପୂରା ପରିସ୍ଥିତି ଉପରେ ଅବଗତ କରାଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏହାସହ ହାସିନାଙ୍କୁ ଭେଟିଥିଲେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ଜୟଶଙ୍କରଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧି। ହିଣ୍ଡନ ଏୟାରବେସରେ ବି ଏୟାର କମାଣ୍ଡ ଚିଫ ଏୟାରମାର୍ଶାଲ ପିଏମ ସିହ୍ନାଙ୍କ ସହ ଆଲୋଚନା କରିଥିଲେ ହସିନା।ବାଂଲାଦେଶର ସ୍ଥିତି ନେଇ ସଜାଗ ଅଛନ୍ତି ଭାରତୀୟ ବାୟୁସେନା, ଭାରତୀୟ ସେନା ଓ ବିଏସଏଫ। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ନିଜ ରାଜ୍ୟର ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨ ହଜାର ୨୧୭ କିଲୋମିଟର ରହିଛି। ତେଣେ ବାଂଲାଦେଶ ସହ ୪୪୩ କିଲୋମିଟର ସୀମା ରହିଥିବା ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି। ସେପଟେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏପରିକି କେତେକ ଆନ୍ଦୋଳନକାରୀ ଖଟ ଉପରେ ଶୋଇବା ସହ ଖାଇବା ବି ଦେଖାଯାଇଛି। ଆନ୍ଦୋଳନକାରୀମାନେ ଧାନମୋନ୍ଦିସ୍ଥିତ ଇନ୍ଦିରା ଗାନ୍ଧୀ କଲଚରାଲ ସେଣ୍ଟର ଓ ବଙ୍ଗବନ୍ଧୁ ମେମୋରିଆଲ ମ୍ୟୁଜିୟମକୁ ଭଙ୍ଗାରୁଜା କରିଛନ୍ତି। ଆଶ୍ରୟ ଦେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବ୍ରିଟେନ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ ।
ଜଳୁଛି ବାଂଲାଦେଶ, ସୀମାରେ ହାଇଆଲର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







