ମାଲକାନଗିରି: କାଙ୍ଗୁରକୋଣ୍ଡା ଓ ପୋଟେରୁ ପୋଲରେ ଚାଲିଲା ପାଣି ।ପୋଲରେ ୩ ଫୁଟର ପାଣି ଚାଲିବାରୁ ଯାତାୟତରେ ବାଧାପ୍ରାପ୍ତ । ମାଲକାନଗିରିରୁ ମୋଟୁ, ଆନ୍ଧ୍ର, ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ଉଭୟ କୂଳରେ ଅଟଳି ରହିଛି ଶହଶହ ଗାଡି । କାଲିମେଳା ଠାରୁ ପଡିଆକୁ ମଧ୍ୟ ଯାନବାହାନ ଚଳାଚଳ ଠପ ହୋଇଛି । ପାଣି ଚାଲୁଥିବା ରାସ୍ତା ଓ ବ୍ରିଜ ଉପରେ ଯାନବାହାନ ଚଳାଚଳ ବନ୍ଦ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିଦେ୍ର୍ଦଶ । ଅନ୍ୟପଟେ ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣ ି ବର୍ଷା ବଢିବା ପଶ୍ଚିମ ଓଙ୍ଗିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବା ପରେ ଏପରି କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବା ନେଇ ପାମିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
Views: 66











