ମାଲକାନଗିରି: ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ବସ । ଜିଲ୍ଲାରେ ୬ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ । ଜିଲ୍ଲା ସଦରରୁ ବ୍ଲକ ସଦରରୁ ଗଡୁଥିଲା ଏହି ଏସି ବସ୍। ମାଲକାନଗିରିରୁ କାଲିମେଳା, ପଡିଆ, କୋରୁକୋଣ୍ଡ, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ମାଥିଲି ରୁଟରେ ଚଳାଚଳ କରୁଥିବା ଏହି ସବୁ ବସ୍ ବନ୍ଦ କରାଯାଇଥିବା ସୂଚନା। ଗତ ପହିଲାରୁ ଚଳାଚଳ ବନ୍ଦ କରାଯାଇଛି। ବସ୍ ଚଳାଚଳ ଉପରେ ରୋକ ଲଗାଇଲା ଓସଆରଟିସି । ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରି ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ସରକାର। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।
Views: 61











