ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି (SC/ST)ଙ୍କ କୋଟା ଭିତରେ କୋଟା ରଖାଯାଇପାରିବ। ରାଜ୍ଯଗୁଡ଼ିକ ST, SCଙ୍କ ମଧ୍ଯରେ ଉପ-ବର୍ଗ କରି ପାଠପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ କରିପାରିବେ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ସବୁ ST/SC ଙ୍କ ମଧ୍ଯରେ ସମସ୍ତଙ୍କ ସ୍ଥିତି ସମାନ ନୁହେଁ। କିଏ ଅଧିକ ଅବହେଳିତ ତ କିଏ ଅପେକ୍ଷାକୃତ ଭଲରେ ଅଛି। ତେଣୁ ଅଧିକ ପଛୁଆ ଥିବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ SC/ST କୋଟା ମଧ୍ଯରେ କୋଟା କରାଯାଇପାରିବ। ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ହୋଇଥିବା ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତେବେ ୭ ବିଚାରପତିଙ୍କ ମଧ୍ଯରୁ ଜଣେ ଭିନ୍ନ ରାୟ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ଭିତରେ ସଂରକ୍ଷଣ ଦେବା ପାଇଁ ଉପଯୁକ୍ତ ଡାଟା ଥିବା ଦରକାର। ଗୋଟିଏ ବର୍ଗରେ ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁନଥିବାର ପ୍ରମାଣ ଥିବା ଦରକାର ବୋଲି କୋର୍ଟ କହିଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ଭିତରେ କୋଟା ରଖାଯାଇପାରିବ; ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







