ସୋର : ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ । କେଦାରପୁର ପଞ୍ଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ୬ ଛାତ୍ରଛାତ୍ରୀଙ୍କୁ ସୋର ମେଡିକାଲରେ ଭର୍ତ୍ତି । ସ୍କୁଲର ଛାତ୍ରଛାତ୍ରୀ ମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇପଡିଥିଲେ। ସ୍କୁଲରେ ୩୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ। ପରେ ୬ ଜଣ ଛାତ୍ରଛାତ୍ରୀ ମାନଙ୍କ ଠାରେ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଦେଇଥିଲା। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀ ଘରେ ଥିବାରୁ ସୋର ବିଧାୟକ ମାଧବ ଧଡାଙ୍କ ନିର୍ଦ୍ଦେଶ କ୍ରମେ ସୋର ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକୀରୀଙ୍କୁ ତଦାରଖ ନିମନ୍ତେ ବାଣିଶିଆ ଗାଁକୁ ପଠାଇଛନ୍ତି।
Views: 92











