ଭୁବନେଶ୍ୱର : ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖାସ କରି ୧୮ ଓ ୧୯ରେ ଖରା ପିକରେ ରହିବ । କିଛି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି ।
Views: 68