The Ultimate Managed Hosting Platform
ADVERTISEMENT

ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ରାମ ନବମୀ ଶୁଭେଚ୍ଛା

Facebook
Twitter
LinkedIn

ନୂଆଦିଲ୍ଲୀ : ରାମ ନବମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରରେ ରାମଲାଲା ବିରାଜମାନ । ଏହା ପ୍ରଥମ ରାମନବମୀ , ଅଯୋଧ୍ୟା ଏବେ ଆନନ୍ଦମୟ ହୋଇଛି । ୫ମ ଶତାଦ୍ଦୀର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଉତ୍ସବ ପାଳିବାର ସୈାଭାଗ୍ୟ । ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଗ ଓ ବଳିଦାନର ଫଳ ।
ରାମ ନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ପବିତ୍ର ପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ । ପ୍ରଭୁ ଶ୍ରୀ ରାମଙ୍କ ସମ୍ପୁର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ । ଆଜିର ଦିନରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେବାକୁ କହିଲେ ରାଷ୍ଟ୍ରପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login