The Ultimate Managed Hosting Platform
ADVERTISEMENT

ନବୀନ ନିବାସରେ ବୈଠକ , ଜଣେ ପରେ ଜଣେ ନେତା ପହଞ୍ଚୁଛନ୍ତି

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସରେ ବୈଠକ । ଆଉ କିଛି ସମୟ ପରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସ ପହଞ୍ଚୁଛନ୍ତି ବରିଷ୍ଠ ନେତା । ବୈଠକ ପାଇଁ ଜଣେ ପରେ ଜଣେ ନେତା ଆସି ପହଞ୍ଚୁଛନ୍ତି ।ନବୀନ ନିବାସରେ ପ୍ରଣବ ପ୍ରକାଶ ଦାସ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ ଆଚାର୍ୟ୍ୟ. ପ୍ରତାପ ଦେବ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଅଶୋକ ପଣ୍ଡା ପ୍ରମୁଖ ନେତା ଧିରେ ଧିରେ ଆସି ପହଞ୍ଚୁଛନ୍ତି ।ତେବେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡିର ଏ ବୈଠକ ଅଧିକ ଗୁରୁତ୍ୱ ରଖୁଥିବା ପୂର୍ବରୁ ଗତ ୬ ତାରିଖ ଦିନ ନବୀନ ନିବାସରେ ବରିଷ୍ଠ ବିଧାୟକ ଏବଂ ବରିଷ୍ଠ ବିଜେଡି ନେତାଙ୍କୁ ନେଇ ବୈଠକ ବସିଥିଲା । ପରେ ପରେ ମେଣ୍ଟ ବାବଦରେ କୌଣସି ନେତା ମୁହଁ ଖୋଲି ନଥିବା ବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ବୟାନବାଜି କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମେଣ୍ଟକୁ ନେଇ ଲାଗି ରହିଛି ଅନେକ ଚର୍ଚ୍ଚା । ଏହି ବୈଠଳରେ ମେଣ୍ଟ ଚର୍ଚ୍ଚାର ବିରାମ ଲାଗିପାରେ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login