ଭଦ୍ରକ : ସ୍କଲୁ ଅଟୋକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ୫ ଛାତ୍ରଛାତ୍ରୀ ଗୁରୁତର। ଭଦ୍ରକ ଧାମନଗର ଛକ ସ୍ଥିତ ରାଇସ୍ ମିଲ ସମ୍ମୁଖୁରେ ଦୁର୍ଘଟଣା ଘଟିଛି । ସମସ୍ତଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଟୋ ଡ୍ରାଇଭର ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଧରି ଧାମନଗର ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ବେଳେ ଏକ କାର ଧକ୍କା ଦେଇଥିଲା। ଖବର ପାଇ ଧାମନଗ ଗର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 83











