ଭୁବନେଶ୍ୱର : ଆସନ୍ତାକାଲି ବସିବ ରାଜ୍ୟ ବିଜେପି ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ଅପରାହ୍ନରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟର ସମସ୍ତ ଆସନ ପାଇଁ ଆଲୋଚନା ହେବ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହେଇଛି, ସବୁ ସିଟ୍ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନୀରିକ୍ଷା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏଥିସହିତ ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସବିଶେଷ ରିପୋର୍ଟ କେନ୍ଦ୍ରୀୟ କମିଟି ସଂସଦୀୟ ବୋର୍ଡକୁ ଦିଆଯିବ ବୋଲି କୁହାଯାଇଛି ।
Views: 84











