The Ultimate Managed Hosting Platform
ADVERTISEMENT

ରାଜରାସ୍ତାରେ ଶବ ପାଲଟିଲେ ଅଧ୍ୟାପକ

Facebook
Twitter
LinkedIn

ଭୁବନେଶ୍ୱର : ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କର ଜୀବନ ଜୀବିକାର ଡ଼ଙ୍ଗା ମଝି ନଈରେ ବୁଡ଼ିବାକୁ ବସିଲାଣି । ସରକାର ୨୦୦୮ – ୨୦୧୩ ମସିହା ମଧ୍ୟରେ କର୍ଭବ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନଙ୍କ ପାଇଁ ଅନୁଦାନ ନୀତିରେ କ୍ୟାବିନେଟର ମୋହର ବଢାଇବା ପାଇଁ ସଂଘର ସଭାପତି ସମ୍ପାଦକ ତଥା ସମସ୍ତ କର୍ମଚାରୀମାନେ ବିନମ୍ର ପ୍ରାର୍ଥନା କରୁଛନ୍ତି । ସରକାର ତା. ୨୨.୦୨,୨୦୨୪ ରିଖ ସନ୍ଧ୍ୟାରେ ୧୪ ସ୍ୱଳ୍ପରେ ପାଉଥିବା କର୍ମଚାରୀମାନଙ୍କ ପାଇଁ ୭ମ ବେତନ ଘୋଷଣା କଲେ । ତା, ୦୯.୦୩.୨୦୨୪ ରିଖରେ ରାଜ୍ୟ କ୍ୟାବିନେଟ ୧୭ଟି ପ୍ରସ୍ତାବରେ ମୋହର ମାରିଲେ । ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ନୂତନ ରୂପେ (୨୦୦୮-୨୦୧୩) ଯେଉଁମାନେ ଅନୁଦାନ ପାଇବା ପାଇଁ ଯୋଗ୍ୟ ସେମାନଙ୍କ କଥାକୁ ସରକାର ବିଚାର ନ କରି ଯେଉଁମାନେ ପାଉଛନ୍ତି ସେମାନଙ୍କୁ ସରକାର ଅବସରକାଳୀନ ଅନୁଦାନ ରାଶି ଘୋଷଣା କଲେ । ସତରେ ଆମ୍ଭେମାନେ ଦୀର୍ଘ ୧୬ ବର୍ଷ ଧରି ସମାନ କାର୍ୟ୍ୟ କରୁଥିଲେ ମଧ୍ୟ ସରକାର ଆମକୁ ଅନୁଦାନ ଦେବାପାଇଁ ବିଚାର କରୁନାହାନ୍ତି । ଏହା ହେଉଛି ଏକ ଅନ୍ୟାୟ ବିଚାର । କେବଳ ମିଥ୍ୟା ପ୍ରତିଶୃତି ମାତ୍ର । ସାଧାରଣ ନିର୍ବାଚନ ଆବରଣବିଧ ଆଉ ଅଳ୍ପଦିନ ଭିତରେ ଘୋଷଣା ହେବ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମ୍ଭମାନଙ୍କ କଥାକୁ ସରକାର ବିଚାର ନ କରିବାରୁ ସର୍ବଶେଷରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଧ୍ୟାପକମାନେ ନିଜକୁ ପେଟ୍ରୋଲ ଡ଼ାଳି ଆତ୍ମାହୁତି ଦେବା ପାଇଁ ଟରମ ନିଷ୍ପରି ନେଇଛନ୍ତି ଏବଂ ସରକାରଙ୍କୁ ଚେତାବନି ଦେଇଛନ୍ତି ତା. ୧୦.୦୩.୨୦୨୪ ରିଖ ସନ୍ଧ୍ୟା ଘ. ୬.୩୦ ମି. ପୂର୍ବରୁ ସରକାର ସକାରାମ୍ବକ ନିଷ୍ପତ୍ତି ନ ନେଲେ ଆମ୍ଭେମାନେ ସମସ୍ତେ ସମୂହ ଆତ୍ମାହୁତି ଦେବୁ । ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିନପାଇଁ ସରକାର ଦାୟୀ ରହିବ ଏବଂ ଏହାର କୂଫଳ ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ମସିହାରେ ଭୋଗିବାକୁ ପଡ଼ିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login