The Ultimate Managed Hosting Platform
ADVERTISEMENT

କଚାଡି ମାରିଲା ହାତୀ

Facebook
Twitter
LinkedIn

କୋଇଡା : ହାତୀ ଆକ୍ରମଣରେ ମହିଳା ମୃତ । କୋଇଡା ରେଞ୍ଜ କୁଷୁମୁଣ୍ଡି ଗାଁ ପୁଣ୍ଡୁପୋଖରୀ ସାହିରେ ଅଘଟଣ । ହାତୀ ଭୟରେ ଘର ବାହାରକୁ ଯିବା ବେଳେ କଚାଡି ମାରିଲା ହାତୀ । ହାତୀ ଭୟରେ ଘରୁ ବାହାରି ଦୌଡ଼ିବା ବେଳେ ଶୁଣ୍ଡରେ ଟାଣି ନେଲା ଦନ୍ତା। ମୃତ ମହିଳା ହେଲେ ଇତୱାରୀ ବଦ୍ରା। ରାତ୍ରୀ ପ୍ରାୟ ତିନିଟା ସମୟରେ ଖାଦ୍ୟ ଅନ୍ୱେଷଣରେ ସାହି ମଧ୍ୟକୁ ପଶି ଆସିଥିଲା ଦନ୍ତାହାତୀ। ଗ୍ରାମବାସୀ ହାତୀକୁ ଘୋଉଡାଇବା ବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ଯିବା ବେଳେ ଦନ୍ତାହାତୀ ଶୁଣ୍ଢରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।
ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋଇଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି କ୍ଷ କ୍ଷତିଗ୍ରସ୍ତ ପରିବାରକୁ ଏବେ ପ୍ରଥମ ପର୍ୟ୍ୟାୟରେ ୬୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ପରବର୍ତ୍ତୀ ପର୍ୟ୍ୟାୟରେ ଆଉ ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୋଇଡ଼ା ବନାଞ୍ଚଳ ଅଧିକାରୀ ଗୌତମ ପ୍ରଧାନ ସୂଚନା ଦେଇଛନ୍ତି କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login