The Ultimate Managed Hosting Platform
ADVERTISEMENT

ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ; ୧୦ ବାଇକ୍ ସହ ୩ ଗିରଫ

Facebook
Twitter
LinkedIn

ସମ୍ବଲପୁର: ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ସମ୍ବଲପୁର ପୋଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଲଟେରାମାନଙ୍କ ଠାରୁ ୧୦ ଟି ବାଇକ୍ ୩ଟି ମୋବାଇଲ୍ ଜବତ କରାଯାଇଛି । ଏହି ମାମଲାରେ ସାମିଲ ଥିବା ୩ ଜଣକୁ ଗିରଫ କରିଛି ବୁର୍ଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ବିକାଶ ବସ୍ତିଆ, ପ୍ରିତମ ସାହୁ ଓ ଆଶିଷ ପ୍ରଧାନ । ଅଭିଯୁକ୍ତମାନେ ସମ୍ବଲପୁରରୁ ବାଇକ୍ ଚୋରିକରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବିକ୍ରି କରୁଥିବା ଜଣା ପଡ଼ିଛି ।

ଖବର ଅନୁଯାୟୀ କତରବଗା ଅଞ୍ଚଳର ଗିରିଧାରୀ ନାଗ ନାମକ ଜଣେ ବ୍ୟକ୍ତି ଭୀମସାର ଆସିଥିଲେ । ବାହାରେ ବାଇକ୍ ରଖିଥିବା ସମୟରେ ସେଠାରୁ ବାଇକଟି ଚୋରି ହୋଇଯାଇଥିଲା । ଭୀମସାରରୁ ବାହାରି ସେ ବାଇକ୍ ନଥିବା ଦେଖି ତୁରନ୍ତ ବୁର୍ଲା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ମାଲା ରୁଜୁ କରି ତଦନ୍ତ କରିଥିଲା । ସେଠାରେ ଥିବା ସିସିଟିଭି ଓ ଅନ୍ୟ ସର୍ଭିଲାନ୍ସ ଯାଞ୍ଚ କରି ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏମାନଙ୍କ ଗ୍ୟାଙ୍ଗରେ ଆଉ ମଧ୍ୟ କିଛି ବ୍ୟକ୍ତି ସାମିଲ ଥିବା ସନ୍ଦେହ କରୁଛି ପୋଲିସ । ସେ ନେଇ ଅଧିକ ପଚରା ଉଚରା ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login