The Ultimate Managed Hosting Platform
ADVERTISEMENT

ବଜେଟ ୨୦୨୨-୨୩ ରେ ଘୋଷଣା ହେଲା; ମିଳିବ ଏହି ସବୁ ସୁବିଧାମାନ

Facebook
Twitter
LinkedIn

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନାର ବ୍ୟସ୍ତ ଲହରୀ ମଧ୍ୟରେ ଦେଶରେ ଗୋଟିଏ ପରେ ଗୋଟିଏ ଭାରିଏଣ୍ଟର ଚିନ୍ତା ଲାଗି ରହିଥିବା ବେଳେ ତାହାର ମୁକାବିଲା ପାଇଁ ସରକାର ବଜେଟ ପ୍ରସ୍ତୁତ କରିଛନ୍ତି ।
ବଜେଟ ଉପରେ ସାରା ଦେଶର ନଜର ରହିଥିବା ବେଳେ, ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚିରା ଚରିତ ବହି ଖାତା ବଦଳରେ ଟ୍ୟାବରେ କରିଛନ୍ତି ବଜେଟ ଉପସ୍ଥାପନା ।
ଚଳିତ ବଜେଟରେ ଚମଡ଼ା ସାମଗ୍ରୀ, କୃଷି ଉପରକରଣ, ମୋବାଇଲ ଚାର୍ଜର, କପଡ଼ା, ହୀରା ଗହଣା, ରତ୍ନ ପଥର, ଗଝଗଋ ପାଇଁ ଷ୍ଟିଲ୍, ଇମିଟେସନ ଗହଣା, ବିଦ୍ୟୁତ୍ ଟ୍ରାନ୍ସଫର୍ମର ସାମଗ୍ରୀ, ଓ ପେଟ୍ରୋଲିୟମ ପ୍ରଡକ୍ଟ ପାଇଁ ଆବଶ୍ୟକୀୟ କେମିକାଲ୍ ଉପରେ କଷ୍ଟମ୍ ଡ୍ୟୁଟି ହେବ ସସ୍ତା । ଏଥି ସହ ସମସ୍ତ ଆମଦାନୀ ସାମଗ୍ରୀ ମାନ ମହଙ୍ଗା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି ।

ଏଥି ସହ ଚଳିତ ବଜେଟରେ ବିଭିନ୍ନ ଯୋଜନା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ସେଥି ମଧ୍ୟରେ ପିଏମ୍ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ୮ଟି ନୂଆ ରୋପୱେ ତିଆରି ହେବ ।
୨୦୨୨-୨୩ରେ ୮୦ ଲକ୍ଷ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୪୮ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ‘ହର ଘର ନଳ’ ଯୋଜନାରେ ୬୦ ହଜାର କୋଟି ଖର୍ଚ୍ଚ ହେବ । ଏହି ଯୋଜନାରେ ୫ କୋଟି ୫୦ ଲକ୍ଷ ଘରକୁ ସୁବିଧା ମିଳିବ । ଡାକ ଘରେ କୋର ବ୍ୟାଙ୍କିଂ ସେବା । ଡାକଘରେ ମଧ୍ୟ ଏଟିଏମ୍ ସୁବିଧା ମିଳିବ । ୨୦୨୨ରେ ଦେଶରେ ୫ଜି ସେବା ଆରମ୍ଭ ହେବ । ଗାଁରେ ମିଳିବ ବ୍ରଡବ୍ୟାଣ୍ଡ ସେବା ମିଳିବ । ମହିଳା ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା । ବିଦ୍ୟୁତ ଚାଳିତ ବାହନ ପାଇଁ ଚାର୍ଜିଂ ଷ୍ଟେସନ୍ ବ୍ୟବସ୍ଥା ରହିବ । ୨୦୨୨-୨୩ରେ ଡିଜିଟାଲ କରେନ୍ସିଂ ଆରବିଆଇ ଲଞ୍ଚ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login