ଅଭିନେତାରୁ ରାଜନୀତି । ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନକୁ କିଣି ନେବା ପରେ ଏବେ ସେବା କରିବାକୁ ଆଗକୁ ଆସିଛନ୍ତି ଅଭିନେତା ବିଜୟ । ହଁ ଦର୍ଶକ ବନ୍ଧୁ ତାମିଲ ହିରୋ ଜୋଶେଫ ବିଜୟ ଚନ୍ଦ୍ରଶେଖର । ସମସ୍ତେ ତାଙ୍କୁ ଥାଲାପତି ଭାବିରେ ଜାଣନ୍ତି । ତେବେ ଖୁବ ଶୀଘ୍ର ସେ ନିଜର ରାଜନୈତିକ ପାର୍ଟି ଗଢିବେ । ଏବେ ସେ ନିଜର ରାଜନୈତିକ ପାର୍ଟି ପଞ୍ଜିକରଣ ପକ୍ରିୟା ଆରମ୍ଭ କରିଦେଇଛନ୍ତି । ଗୋଟିଏ ମାସ ମଧ୍ୟରେ ତାଙ୍କ ରାଜନୈତିକ ଦଳର ପଞ୍ଜିକରଣ ହୋଇଯିବ ବୋଲି କୁହାଯାଉଛି ।
ମେଗା ଷ୍ଟାର ବିଜୟ ତାମିଲନାଡୁ ଓ କେରଳରେ ଅନେକଗୁଡିଏ ଜନ କଲ୍ୟାଣ କାର୍ୟ୍ୟକ୍ରମ ଜାରି ରଖିଛନ୍ତି । ସେ ୨୦୧୮ ମସିହାରେ ଥୁଥୁକୁଡି ପୋଲିସ ଦ୍ୱାରା କରାଯାଇଥିବା ଗୁଳିମାଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରି ସ୍ଥାନୀୟ ମୁନିସପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ।କେବଳ ସେତିକି ନୁହେଁ ଗତମାସ ବନ୍ୟା ପ୍ରପିଡୀତ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ରିଲିଫ୍ ଯୋଗାଇଥିଲେ । ତାମିଲନାଡୁର ବିରୋଧୀଦଳ ନେତାମାନେ ଆଶା କରିଥିଲେ କି ବିଜୟ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ । ହେଲେ ବିଜୟଙ୍କ ସମର୍ଥକମାନଙ୍କ ଦାବିକୁ ସମ୍ମାନ ଦେଇ ବିଜୟ ଏବେ ନୂଆ ଦଳ ଗଢିବାକୁ ଯାଉଛନ୍ତି । ରାଜନୈତିକ ଦଳ ପଞ୍ଜିକରଣ ହେବା ପୂର୍ବରୁ ଗୁରୁବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟଙ୍କ ପାର୍ଟି ପଞ୍ଜିକରଣ ଓ ପାର୍ଟିର ଅଧ୍ୟକ୍ଷ ଭାବେ ବିଜୟଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ଆଗାମୀ ୧ ମାସ ମଧ୍ୟରେ ପାର୍ଟିର ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।
ନୂଆ ଦଳ ଗଢିବେ ବିଜୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











