ମୁମ୍ବାଇ : ହସ୍ପିଟାଲରେ ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍। ମୁମ୍ବାଇ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ସର୍ଜରୀ ହୋଇଛି । ସୈଫଙ୍କ କାନ୍ଧରେ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲା । ଆଜି ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ଭଲ ଥିବା ଜଣାପଡିଛି । ତେବେ ଫିଲ୍ମ ସୁଟିଂରେ ଅନେକ ଥର ଆହତ ହୋଇ ସୈଫଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିଛି । ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି ।
Views: 70