ଭୁବନେଶ୍ୱର : BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବଢାଇଲେ ରାଜ୍ୟ ସରକାର । ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ ପଞ୍ଜୀକରଣ ବଢିଲା । ଅନଲାଇନ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା । ପୂର୍ବରୁ ଜାନୁଆରୀ ୧୬ ତାରିଖ ଥିଲା ଶେଷ ଆବେଦନ ତାରିଖ । ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ ପଞ୍ଜୀକରଣ ବଢିଲା । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଥିଲେ। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମାଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ।
Views: 91











