The Ultimate Managed Hosting Platform
ADVERTISEMENT

ଭାଇରାଲ୍ ହେଉଛି ମୌନି-ସୁରଜଙ୍କ ମେହେନ୍ଦୀ ଭିଡିଓ

Facebook
Twitter
LinkedIn

ବଲିଉଡ୍‌ରେ ଏବେ ଚାଲିଛି ବିବାହର ସିଜିନ୍‌ । ଜଣେ ପରେ ଜଣେ ବିବାହ କରି ଚାଲିଛନ୍ତି ବହୁ ବଡ ବଡ କଳାକାର । ଏବେ ଯାଏଁ ବିବାହ ସରିବା ବଦଳରେ ତାଲିକାରେ ଯୋଡି ହେଉଛି ଗୋଟିଏ ପରେ ଗୋଟି କଳାକାରଙ୍କ ନାମ । ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହିନ୍ଦୀ ଫିଲ୍ମ ତଥା ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନି ରୟ । ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ବୟଫ୍ରେଣ୍ଡ ବଡ ବିଜନେସମ୍ୟାନ ସୁରଜ ନାମ୍ବିଆରଙ୍କ ସହ ମୌନିଙ୍କର ପଡିବାକୁ ଯାଉଛି ହାତଗଣ୍ଠି । ଜାନୁଆରୀ ୨୭ ଅର୍ଥାତ୍ ଆଜି ଉଭୟ ବିବାହ କରିବେ, ଉଭୟଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ହେବ ବଙ୍ଗାଳୀ ଏବଂ ସାଉଥ ଇଣ୍ଡିଆନ୍‌ ହିସାବରେ ଦୁହେଁ ସାତ ଫେରେ ନେବେ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ତାଙ୍କର ପ୍ରି ୱେଡିଙ୍ଗ ସେରିମନୀ । ଅର୍ଥାତ୍‌ ଗତକାଲି ତାଙ୍କ ମେହେନ୍ଦୀ ହଳଦୀର ପ୍ରୋଗରାମ୍‌ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଏବଂ ଭିଡିଓ ହେଉଛି ମୌନିଙ୍କର ହଳଦୀ କାର୍ଯ୍ୟକ୍ରମର ଫଟୋ ଖୁବ୍‌ ସେୟାର କରାଯାଇଛି । ତାଙ୍କର ଏହି ମେହେନ୍ଦିରେ ମୋନି ଜବଦସ୍ତ ନାଚ୍‌ ନାଚିଥିବା ବେଳେ ସୁନ୍ଦର ଦେଖାଯାଉଛନ୍ତି । ଯେଉଁଥିରେ ମୌନି ବେଶ୍‌ ଖୁସି ଥିବାର ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଏକାଠି ମଧ୍ୟ ନଜର ଆସିଛନ୍ତି । ଏହା ସହ ବିବାହ ପୂର୍ବରୁ ରୋମାଣ୍ଟିକ ଅନ୍ଦାଜ୍‌ରେ ଫଟୋ ଉଠାଇବାର ମଧ୍ୟ ନଜର ଆସିଛନ୍ତି । 

ଏହି କାର୍ଯ୍ୟକ୍ରମରେ ମୌନିଙ୍କର ବହୁ ନିକଟତର ବନ୍ଧୁମାନେ ସାମିଲ୍‌ ଥିଲେ । ଆଉ ତାଙ୍କ ଫ୍ୟାନମାନେ ମଧ୍ୟ ହଲଦୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login