The Ultimate Managed Hosting Platform
ADVERTISEMENT

ହସ୍ପିଟାଲରେ ଶ୍ରେୟସ ତଲପଡେ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କୁ ହାର୍ଟ ଆଟାକ । ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମରେ ସୁଟିଂ କରୁଥିଲେ । ସୁଟିଂ ପରେ ତଳେ ବେହୋସ ହୋଇ ପଡିଗଲେ ତଲପଡେ । ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ୪୭ ବର୍ଷୀୟ ଅଭିନେତା ଶ୍ରେୟସ୍ ତଲପଡେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିଲେ। ସେଠାରେ ସେ ସ୍ୱାଭାବିକ ଥିବା ବେଳେ ସହ ଅଭିନେତାଙ୍କ ସହ ମଜାମସ୍ତି ବି କରିଥିଲେ। ମାତ୍ର ସୁଟିଂ ସରିବା ପରେ ପରେ ହଠାତ୍ ତଲପଡେଙ୍କୁ ହୃଦଘାତ ହୋଇଥିଲା। ଶ୍ରେୟସ ତଲପଡେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ଦିଲ୍ ଦୋସ୍ତି ଏକ୍ସଟ୍ରା, ଗୋଲମାଲ୍, ହମ୍ ତୁମ୍ ଶବାନା, ପୋଷ୍ଟର ବୟ, ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଇକବାଲ ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ସେ ନାସିରୁଦ୍ଦିନ ଶାହାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login