The Ultimate Managed Hosting Platform
ADVERTISEMENT

ଆଜିଠୁ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ

Facebook
Twitter
LinkedIn

ଭୁବନେଶ୍ବର: ସଡକ ଦୁର୍ଘଟଣା କମାଇବାକୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁଲ । ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆଜିଠାରୁ ଠାରୁ ଅର୍ଥାତ ଡିସେମ୍ବର ୧ରୁ ୭ତାରିଖ ପର୍ୟ୍ୟନ୍ତ ଶୂନ ମୃତ୍ୟୁ ସପ୍ତାହ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଦୁର୍ଘଟଣା କମାଇବାକୁ ବ୍ୟାପକ ଚେକିଂ କରିବା ସହ ଆହତଙ୍କୁ ତୁରନ୍ତ ଟ୍ରମା କେୟାର ସେଣ୍ଟର କିମ୍ବା ହସ୍ପିଟାଲରେ ଭର୍ତ୍ତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ବିଶେଷକରି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ନାବାଳକ ଡ୍ରାଇଭିଂ, ବେଆଇନ ପାର୍କିଂ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନାବାଳକ ଗାଡ଼ିଚଳାକ ଧରାପଡିଲେ ଅଭିଭାବକଙ୍କ ନାଁରେ କଟିବ ଚାଲାଣ। ମଦ୍ୟପାନ, ରଙ୍ଗରୁଟ, ବିନା ହେଲମେଟ, ବିନା ସିଟବେଲ୍ଟରେ ଗାଡ଼ି ଚଳାଇଲେ ଜବତ ହୋଇପାରେ ଗାଡ଼ି । ଗଳିକନ୍ଦିରେ ଚେକିଂ କରି ଅମାନିଆକୁ ସାବାଡ଼ କରିବ ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login