ପିପିଲି : ଦୟାନଦୀ ବନ୍ଧରୁ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର । ଭୟରେ ଶିବ-ପାର୍ବତୀ ମୂର୍ତ୍ତି ରଖି ପଳାଇଲା ଚୋର । ଗୋବର୍ଦ୍ଧନପୁର ଦୟାନଦୀ ବନ୍ଧରେ ମୂର୍ତ୍ତି ରଖି ପଳାଇଲା । ଜରି ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର । ମୂର୍ତ୍ତି ଦେଖିବାକୁ ଘଟଣା ସ୍ଥଳରେ ଲୋକଙ୍କ ଭିଡ । ଏପଟେ ଘଟଣା ବିଷୟରେ ପିପିଲି ପୋଲିସ ସୂଚନା ପାଇ ଅଧିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଅଂଚଳର କିଛି ଲୋକ ଶୌଚ ହେବା ପାଇଁ ନଦୀବନ୍ଧ ଯାଇଥିଲେ । ସେଠାରେ ଏକ ଅଖାରେ ବନ୍ଧା ହୋଇଥିବା ମୂର୍ତ୍ତଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଦୁର୍ବତ୍ତ ମୂର୍ତ୍ତି ଚୋରି କରି ନେଉଥିବା ବେଳେ କୌଣସି କାରଣ ବଶତଃ ଏଠି ମୂର୍ତ୍ତି ରଖି ପଳାଇଯାଇଛି । ଏହି ମୂର୍ତ୍ତି ବହୁତ ପୁରୁଣା ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 81