ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ, ଯୋଗୀ ସରକାର ଏକ ଓଲଟା ଗେମ୍ ଖେଳିଛନ୍ତି । ଗତ କିଛି ଦିନ ତଳେ ଯୋଗୀଙ୍କ କ୍ୟାବିନେଟରୁ ୩ ଜଣ ମନ୍ତ୍ରୀ ଉସ୍ତଫା ଦେଇଛନ୍ତି । ଏହାକୁ ମିଶାଇ ମୋଟ ୮ ଜଣ ଦଳ ଛାଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଇସ୍ତଫା ଦେଇଥିବା ୩ ମନ୍ତ୍ରୀ ହେଉଛନ୍ତି ଓବିସି ବର୍ଗର ନେତା । ସେମାନେ ଦାବୀ କରିଛନ୍ତି ଯେ ବିଜେପି ସରକାର ପଛୁଆ ବର୍ଗଙ୍କୁ ଅବହେଳା କରିଥିବା କାରଣରୁ ସେମାନେ ଦଳ ଛାଡ଼ିଛନ୍ତି । କିନ୍ତୁ ଏହି ଅଭିଯୋଗର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଏକ ନୂଆ ଗେମ୍ ଖେଳିଥିବା ଦେଖିବାକୁ ମିଳିଛି ।
ଗେମ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରମାର ଦିନ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଏଥି ସହ ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶୁକ୍ରବାର ଦିନ ଅମୃତଲାଲ ଭାରତୀଙ୍କ ବାସଭବନରେ ଭୋଜନ କରିଛନ୍ତି । ଏହାପରେ ଯୋଗୀ ସାମ୍ବାବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ସରକାରରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେବଳ ୧୮ ହଜାର ଘର ମିଳିଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଅଧୀନରେ ଗରିବମାନଙ୍କୁ ୪୫ ଲକ୍ଷ ଘର ମିଳିଛି । ଯୋଗୀ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଯୋଗୀ କହିଛନ୍ତି, ସପା ସରକାରରେ ସାମାଜିକ ଶୋଷଣ ଚାଲିଥିଲା । କିନ୍ତୁ ଯୋଗୀ ସରକାର ଅମଳରେ ଗରିବମାନେ ଉପକୃତ ହୋଇଛନ୍ତି ।