The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବାନ୍ଧି ହେଲେ ପରିଣୀତି ଓ ରାଘବ

Facebook
Twitter
LinkedIn

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢା । ଉଦୟପୁରର ଲୀଲା ପ୍ୟାଲେସରେ ଏହି ସୁନ୍ଦର ଦମ୍ପତିଙ୍କ ବିବାହ ହୋଇଥିଲା । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ହୋଇଥିବା ବେଜ ରଙ୍ଗର ଲେହେଙ୍ଗାରେ ପରିଣୀତି ବହୁତ ସୁନ୍ଦର ଦେଖାଯାଉଥିଲେ। ଏହା ସହିତ ନିଜ ଆଉଟଫିଟ ସହ ମ୍ୟାଚ କରୁଥିବା ଗହଣା ପିନ୍ଧିଥିଲେ। ରାଘବ ନିଜ ମା ଏବଂ ଫ୍ୟାସନ ଡିଜାଇନର ପବନ ସଚଦେବ ଦ୍ୱାରା ଡିଜାଇନ କରାଯାଇଥିବା ଆଇଭରି ରଙ୍ଗର ଶାଲୱାର ସୁଟରେ ନଜର ଆସିଥିଲେ।ପରିଣୀତି ଓ ରାଘବଙ୍କ ଫ୍ୟାନ୍ସମାନେ ବିବାହ ଫଟୋ ଦେଖିବା ପାଇଁ ଅତି ଆଗ୍ରହର ସହ ଅପେକ୍ଷା କରିଥିଲେ। ଏହି ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଫଟୋ ସେୟାର କରି ପରିଣୀତି ଲେଖିଛନ୍ତି- ବ୍ରେକଫାଷ୍ଟ ଟେବୁଲରେ ଆମେ କଥା ଆରମ୍ଭ କରିଥିଲୁ, ଆମ ହୃଦୟକୁ ଏ ବିଷୟରେ ଜଣାଥିଲା । ଆମେ ଏହି ଦିନକୁ ବହୁତ ସମୟରୁ ଅପେକ୍ଷା କରିଥିଲୁ । ମିଷ୍ଟର ଏବଂ ମିଷ୍ଟ୍ରେସ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ ଏବଂ ଆମ ଫରେଭର ଏବେ ଆରମ୍ଭ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login