The Ultimate Managed Hosting Platform
ADVERTISEMENT

ସାମ୍ନାକୁ ଆସିଲା ରାଘବ ଓ ପରିଣୀତିଙ୍କ କାର୍ଡ , ଦିନରେ ବିବାହ

Facebook
Twitter
LinkedIn

ମୁମ୍ବାଇ : ସାମ୍ନାକୁ ଆସିଲା ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ବାହାଘର କାର୍ଡ। ଏବେ ଅଫିସିଆଲି ଭାବେ ଉଭୟଙ୍କ ବିବାହର ତାରିଖ ଘୋଷଣା ହୋଇଛି। କପଲ୍ ଆସନ୍ତା ସେପ୍ଟେମ୍ବର ୨୪ରେ ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବେ। ରାଘବ ଓ ପରିଣୀତିଙ୍କ ବିବାହର ସମସ୍ତ କାର୍ୟ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଏବଂ ତାଜ ଲେକ୍ ପ୍ୟାଲେସ୍ରେ ହେବ। ଏହି ସମାରୋହରେ ଅନେକ ବଡ଼ ବଡ଼ ଅତିଥି ସାମିଲ ହେବେ। ସେହି ଅନୁସାରେ ବୁକିଂ କରାଯାଇଛି। କହି ରଖୁଛୁ, ଗତ କିଛି ସପ୍ତାହ ତଳେ ପରିଣୀତି ଚୋପ୍ରା ଉଦୟପୁର ଆସିଥିଲେ ଏବଂ ଏଠାରେ ବିବାହ ଉତ୍ସବ ପାଇଁ ସ୍ଥାନ ଭିଜିଟ୍ କରିଥିଲେ। ଏଠାକାର ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଦୁହେଁ ଭେଟିଥିଲେ ଏବଂ ଉଦୟପୁର ବିଷୟରେ ଅବଗତ ହୋଇଥିଲେ। ପରିଣୀତି ଜୟପୁର ମଧ୍ୟ ଯାଇଥିଲେ ଏବଂ ସେଠାରେ ବି ବିବାହ ଇଭେଣ୍ଟ୍ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ। ପରିଣୀତି ଓ ରାଘବଙ୍କ ବିବାହ ପାଇଁ ଉଦୟପୁରରେ ଷ୍ଟାର୍ ହୋଟେଲ୍ ବୁକ୍ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login