ମୁମ୍ବାଇ : ବଲିଉଡର କିଙ୍ଗ ଖାନ ଶାହାରୁଖ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ଚର୍ଚ୍ଚାରେ । ୭ ସେପ୍ଟେମ୍ବରରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ଜବାନ । ଫିଲ୍ମର ସଫଳତା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି ବାଦଶାହା । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । ସଫଳତା ପାଇଁ ପ୍ରଥମେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ବର୍ତ୍ତମାନ ତ୍ରିପୁରା ଗସ୍ତ କରିଛନ୍ତି ବାଦଶାହା । ଫିଲ୍ମର ସଫଳତା ପାଇଁ ସେ ଭେଙ୍କେଟଶ୍ବର ମନ୍ଦିରରେ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ତ୍ରିପୁରାରେ ନିଜ ଟିମ୍ ସହ ଶାହାରୁଖଙ୍କୁ ଦେଖିବାକୁ ମିଳିଛି । ଏହି ସମୟର ଭିଡ଼ିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଶାହାରୁଖ, ଝିଅ ସୁହାନା ଖାନ ଏବଂ ନୟନତାରାଙ୍କୁ ଦେଖିବାକୁ ମିଳିଛି ।
Views: 86