The Ultimate Managed Hosting Platform
ADVERTISEMENT

ଓଟିଟିରେ ରିଲିଜ ହେବ ‘ଗଦର ୨’

Facebook
Twitter
LinkedIn

ମୁମ୍ବାଇ : ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମ ୩୦୦ କୋଟି ଟଙ୍କରୁ ଅଧିକ ରୋଜଗାର କରିସାରିଛି । ତେବେ ‘ଗଦର ୨’ ସିନେମା ହଲରେ ରିଲିଜ ହେବା ପରେ, ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସଙ୍କ ଭିତରେ ‘ଗଦର ୨’କୁ ନେଇ ବହୁତ କ୍ରେଜ୍ ରହିଛି । ଏହି ଫିଲ୍ମକୁ ଦର୍ଶକଙ୍କର ବହୁତ ଭଲ ପାଇବା ମଧ୍ୟ ମିଳୁଛି । ତେବେ ‘ଗଦର ୨’ ସିନେମା ହଲରେ ରିଲିଜ୍ ହେବା ପରେ ଲୋକମାନେ ଓଟିଟିରେ ଦେଖିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି । ଏହି ଫିଲ୍ମ ଓଟିଟି ରେ ମଧ୍ୟ ବହୁତ ରେକଡ ଭାଙ୍ଗିବ ବୋଲି ନିର୍ଦ୍ଦେଶକ ଆଶା କରୁଛନ୍ତି । ହେଲେ ଓଟିଟି ପାଇଁ ଲୋକଙ୍କୁ ଟିକେ ଅପେକ୍ଷା କରିବା ପାଇଁ ପଡିବ । କାରଣ ନିୟମ ଅନୁସାରେ ଯେକୌଣସି ଫିଲ୍ମ ସିନେମା ହଲରେ ରିଲିଜ୍ ହେବାର ଚାରି ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥାଏ । ହେଲେ ‘ଗଦର ୨’ ରେ ଏମିତି ହେବ ନାହିଁ, ଏହା କିଛି ଭିନ୍ନ ଭାବେ ଓଟିଟି ରେ ରିଲିଜ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login