ନୂଆଦିଲ୍ଲୀ : ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା ‘ଓପନହାଇମର’ା ଭାରତରେ କ୍ରିଷ୍ଟୋଫର ନୋଲେନଙ୍କ ‘ଓପନହାଇମର’ର ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଛି । ସିଲିୟନ ମର୍ଫି ଏବଂ ରୋବଟ ଡାଉନି ଜୁନିଅରଙ୍କ ଦମଦାର ଆକ୍ଟିଙ୍ଗ ପାଇଁ ଏହି ଫିଲ୍ମ ପ୍ରଥମ ଦିନରେ ଭଲ କଲେକ୍ସନ କରିଛି । ରିପୋର୍ଟ ଅନୁସାରେ ଏହି ଫିଲ୍ମର ପ୍ରଥମ ଦିନରେ କଲେକ୍ସନ ୧୩.୫୦ କୋଟି ରହିଛି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଟମ କ୍ରୁଜଙ୍କ ‘ମିଶନ ଇମ୍ପଶିବଲ ୭’ ବକ୍ସ ଅଫିସରେ କମାଲ କରୁଥିବାବେଳେ ବର୍ତ୍ତମାନ ‘ଓପନହାଇମର’ ଏହି ଫିଲ୍ମକୁ ପଛରେ ପକାଇଛି ।
‘ଓପନହାଇମର’ ଏକ ବାୟୋଗ୍ରାଫି ଡ୍ରାମା । ଯାହା ପରମାଣୁ ବୋମାର ଜନକ ‘ଜେ ରୋବଟ ଓପନହାଇମର’ଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ଓପନହାଇମରଙ୍କ ପ୍ରଥମ ପରମାଣୁ ପରୀକ୍ଷଣ ଟି୍ରନିଟିକୁ ଦର୍ଶାଇଛି । ଯେଉଁଥିରେ ପରୀକ୍ଷଣ ପୂର୍ବ ଏବଂ ପରବର୍ତ୍ତୀ ଘଟଣାକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଛି ।
Views: 70