ମୁମ୍ବାଇ : ମହାରାଷ୍ଟ୍ର ବୁଲଧାନାରେ ବସରେ ନିଆଁ ଲାଗି ୨୫ ଜଣ ଜୀବନ୍ତ ଦଗ୍ଧ । ୮ ଜଣ ଗୁରତର ହୋଇଥିବା ସୂଚନା । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ବସରେ ଅଚାନକ ଲାଗିଲା ନିଆଁ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ବଡ ଅଘଟଣ । ତେବେ ବସରେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ । ଆହତଙ୍କ ଭିତରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩୨ ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ଏମିତିବେଳେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା । ଆହତଙ୍କୁ ବୁଲଢାଣା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Views: 102











