ପୁରୀ : ଘୋଷଯାତ୍ରା ପୂର୍ବରୁ ନବଯୌବନ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅଣସର ଘରୁ ବାହାରି ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସକାଳ ୮ଟାରୁ ଆରମ୍ଭ ହୋଇଛି ନବଯୌବନ ଦର୍ଶନ । ପ୍ରଥମେ ପରିମାଣିକ ଟିକେଟଧାରୀ ଦର୍ଶନ କରୁଛନ୍ତି । ସକାଳ ୯ଟା ପର୍ଯ୍ୟନ୍ତ ଚାଲିବ ପରିମାଣିକ ଟିକେଟ ଦର୍ଶନ । ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୭୦ପ୍ଲାଟୁନ୍ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
Views: 71