ମୁମ୍ବାଇ : ବନ୍ଦ କାର ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁ ମୃତ । ମହାରାଷ୍ଟ୍ର ନାଗପୁର ପଞ୍ଚପାଭଲି ଅଞ୍ଚଳରେ ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରୁ ୨ ଜଣ ଭାଇ ଭଉଣୀ । ସମସ୍ତଙ୍କ ବୟସ ୪ ରୁ ୬ ବର୍ଷ । ୪ବର୍ଷୀୟ ତଫୁକ୍ୟୁ ଫିରୋଜ ଖାନ, ୬ ବର୍ଷୀୟ ଆଲିଆ ଫିରୋଜ ଖାନ ଓ ଆଫ୍ରିନ ଇରସାଦ ଖାନ ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ । କାଲି ଘରଠୁ ୫୦ ମିଟର ଦୂରରୁ ମୃତଦେହ ଉଦ୍ଧାର । କାର ଭିତରେ ଖେଳୁଥିବା ବେଳେ ଲକ୍ ପଡିଯାଇଥିବା ଆଶଙ୍କା । ସେମାନଙ୍କ ବାପା ମା’ ଏନେଇ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ । ଫିରୋଜ ଓ ଆଲିଆ ଦୁଇ ଭାଇ ଭଉଣୀ ହୋଇଥିବାବେଳେ ଆଫ୍ରିନ ପଡିଶା ଘରର । ୩ ଶିଶୁ ପାଖ ଖେଳପଡିଆକୁ ଖେଳିବାକୁ ଯାଇଥିଲେ । ଖେଳୁ ଖେଳୁ କାରରେ ପଶିଯାଇଥିଲେ ଓ ଲକ୍ ହୋଇଯାଇଥିଲେ । ଶାସ୍ୱରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
Views: 104











