ନୂଆଦିଲ୍ଲୀ : ଦୁର୍ଦ୍ଦିନରେ ପାକିସ୍ତାନ । ଖାଦ୍ୟକୁ ନେଇ ଏବେ ରାଜରାସ୍ତାରେ ପାକିସ୍ତାନବାସୀ । ପାକିସ୍ତାନରେ ଗୋଟିଏ ପଟେ ରାଜନୈତିକ ସଂକଟ ଲାଗି ରହିଥିବା ବେଳେ ଅନ୍ୟପଟେ ଏବେ କାଙ୍ଗାଳ ପରିସ୍ଥିତିରେ ପହଂଚିଛି ପାକିସ୍ତାନ । ପରିସ୍ଥିତି ଏଭଳି ହୋଇଛି କି, ଏବେ ଲୋକଙ୍କ ପାଖରେ ଖାଇବାକୁ ଅଟା ମିଳୁନାହିଁ, ଫଳରେ ବିଭିନ୍ନ ସରକାରୀ ଗୋଦାମ ଓ ବେସରକାରୀ ମହଜୁଦକାରୀଙ୍କ ଗୋଦାମରୁ ଲୋକମାନେ ଅଟା ଚୋରାଇ ନେଉଛନ୍ତି । ଏବେ କିଛି ସ୍ଥାନରୁ ଖବର ଆସିଛି କି ଅଟା ଚୋରି ରୋକିବାକୁ ସରକାର ବିଭିନ୍ନ ସ୍ଥାନରେ ଧାରା ୧୪୪ ଲଗାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ମୁତାବକ ବେଲୁଚିସ୍ତାନରେ ବିଶେଷ ଭାବେ ଗହମ ଉତ୍ପାଦନ କରାଯାଇଥାଏ । ପାକିସ୍ତାନରେ ଖାଦ୍ୟ ସଂକଟ ଦେଖା ଦେଇଥିବାରୁ ବେଲୁଚିସ୍ତାନରେ ଅଟାପାଇଁ ଲୋକ ଗଣ୍ଡଗୋଳ କରୁଛନ୍ତି ଓ ଅଟା ବା ଗହମ ମହଜୁଦ ଥିବା ସ୍ଥାନରୁ ଚୋରୀ କରିନେଉଛନ୍ତି । ଏସବୁକୁ ନଜରରେ ରଖି ବେଲୁଚିସ୍ତାନ ସରକାର ରାଜ୍ୟରେ ଧାରା ୧୪୪ ଲାଗୁ କରିଛନ୍ତି । ବେଲୁଚିସ୍ତାନ ସରକାର କହିଛନ୍ତି କି ଆଗାମୀ ଋତୁରେ ଗହମ ଉତ୍ପାଦନ ହେବା ପର୍ୟ୍ୟନ୍ତ ଯେଭଳି ରାଜ୍ୟରେ ଅଟାର ଅଭାବ ଦେଖା ନଦିଏ ତାହାକୁ ନଜରରେ ରଖି ଅଟା ଚୋରି ରୋକିବାକୁ ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।
ପାକିସ୍ତାନରେ ଅଟା ଚୋରୀ ରୋକିବାକୁ ଲାଗିଲା ୧୪୪ ଧାରା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







