ଭୁବନେଶ୍ୱର : ଅଭିନେତ୍ରୀ ଜସ୍ମିନ ରଥଙ୍କ ଅଭିଯୋଗକୁ ସଞ୍ଜୟ ନାୟକଙ୍କ ଖଣ୍ଡନ । ପୂର୍ବ ରାଗ ରଖି ଅଭିଯୋଗ ଆଣିଛନ୍ତି ବୋଲି କହିଲେ ସଞ୍ଜୟ । ପ୍ରମାଣ ନାହିଁ , ଅଭିଯୋଗ ଭିତ୍ତିହୀନ । ବିନା ତଥ୍ୟ ପ୍ରମାଣରେ ମୋତେ ବଦନାମ କରାଯାଇଛି ବୋଲି କହିଛନ୍ତି ସଞ୍ଜୟ । ୪୦ ବର୍ଷ ହେଲା ଲୋକେ ମୋତେ ଭଲଭାବେ ଜାଣିଛନ୍ତି । କିଛି ପିଲାଙ୍କ ପାଇଁ ଆଜି ଇଣ୍ଡଷ୍ଟ୍ରୀ ଖରାପ ହେଉଛି । ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉଛି । ଅଭିନେତ୍ରୀ ଜସ୍ମିନ ରଥ ସଞ୍ଜୟ ନାକଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ ।ଅନ୍ୟପଟେ ଗତକାଲି ଓଲିଉଡର ଆଉ ଜଣେ ଅଭିନେତ୍ରୀ ପ୍ରକୃତି ମିଶ୍ର ବିସ୍ଫୋରକ ବୟାନ ଦେଇଥିଲେ। ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଥିଲେ। ତାଙ୍କ ନାଁରେ ଆଣିଛନ୍ତି କାଷ୍ଟିଂ କାଉଚ୍ର ସାଂଘାତିକ ଅଭିଯୋଗ । ପ୍ରକୃତି କହିଛନ୍ତି, ରାତିରେ ସୁଟିଂ ସେଟ୍ ସରିବା ପରେ ଝିଅମାନଙ୍କୁ ଡାକନ୍ତି ଟୁଟୁ ନାୟକ । କଥା ନରଖିଲେ ଫିଲ୍ମରୁ କାଢ଼ି ଦିଅନ୍ତି । ହିରୋଇନଙ୍କ ବିଷୟରେ ଖରାପ କଥା କୁହନ୍ତି । ନୂଆ ହିରୋଇନଙ୍କୁ ଶୋଷଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରକୃତି ।
କାଷ୍ଟିଂ କାଉଚ ମାମଲା ; ଅଭିନେତ୍ରୀଙ୍କ ଅଭିଯୋଗ , ସଞ୍ଜୟଙ୍କ ଖଣ୍ଡନ

Facebook
Twitter
LinkedIn
Facebook
Twitter
LinkedIn
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...