ଏଇ କିଛି ସମୟ ପୂର୍ବରୁ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ କହିଥିଲେ, ପ୍ରାୟ ୩୮ ଟିଏମ୍ସି ବିଧାୟକ ବିଜେପି ଲିଙ୍କରେ ଅଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପ୍ରତିକ୍ରିୟା ରଖିଛି ଟିଏମ୍ସି।

ସାଂସଦ ଶାନ୍ତନୁ ସେନ୍ କହିଛନ୍ତି ଯେ ମିଥୁନ ଚକ୍ରବର୍ତ୍ତୀ ଯାହା କହିବେ ପଶ୍ଚିମବଙ୍ଗରେ କେହି ତାକୁ ବିଶ୍ୱାସ କରିବେ ନାହିଁ। ସେ କହିଛନ୍ତି “ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ଶୁଣିଥିଲି। ମୋତେ ଲାଗୁଛି ଏହା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ ମାନସିକ ସମସ୍ୟା। ପଶ୍ଚିମବଙ୍ଗରେ କେହି ଜଣିଏ ବି ତାଙ୍କ କଥାକୁ ବିଶ୍ୱାସ କରିବେ ନାହିଁ।”

ଏହା ପୂର୍ବରୁ ଟିଏମ୍ସିକୁ ଟାର୍ଗେଟ୍ କରି ମିଥୁନ କହିଥିଲେ ଯେ ଦଳରେ ଫାଟ ରହିଛି। ମୁଁ ଆପମ ସମସ୍ତଙ୍କୁ ବ୍ରେକିଂ ନ୍ୟୁଜ୍ ଦେଉଛି ଯେ ଟିଏମ୍ସିର ୩୮ ବିଧାୟକ ବିଜେପି କଣ୍ଟାକ୍ଟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ସିଧାସଳଖ ମୋ କଣ୍ଟାକ୍ଟରେ ଅଛନ୍ତି। ଏଠି କୌଣସି ମୁହୂର୍ତ୍ତରେ ମହାରାଷ୍ଟ୍ର ଭଳି ପରିସ୍ଥିତି ହେଇପାରେ। ଆସନ୍ତାକାଲି ବି ଏହା ଘଟିପାରେ ବୋଲି ମିଥୁନ କହିଛନ୍ତି।