The Ultimate Managed Hosting Platform
ADVERTISEMENT

ହଲିଉଡ୍‌ରେ ଡେବ୍ୟୁ କରିବେ ବରୁଣ ଧବନ,ଦେଶୀ ଗର୍ଲଙ୍କ ସହ ନଜର ଆସିବେ

Facebook
Twitter
LinkedIn

ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ଗୁଡ଼ିକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଏହି ସମୟରେ ବରୁଣ ପ୍ରଶଂସକଙ୍କ ଖୁସି ଖବର ଆଣିଛନ୍ତି।  ଯାହା ଶୁଣି ସେମାନେ ଖୁସି ହେବେ । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର OTT ଡେବ୍ୟୁ ମଧ୍ୟ ହୋଇପାରେ ।  ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେଥିରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି । ନିକଟରେ ଏକ ଇଭେଣ୍ଟରେ, ବରୁଣ ତାଙ୍କର OTT ଡେବ୍ୟୁ ବିଷୟରେ ଏକ ସୂଚନା ଦେଇଥିଲେ । ସେ କହିଥିଲେ, ‘ମୁଁ ଏହି ପ୍ଲାଟଫର୍ମକୁ ଭଲ ପାଏ। ଏଥିପାଇଁ ମୁଁ ମଧ୍ୟ ବହୁତ ଉତ୍ସାହିତ ଅଛି । ତେବେ ଏହା ବ୍ୟତୀତ ଅଧିକ କିଛି ସୂଚନା ଦେଇ ନାହାଁନ୍ତି।

ଉଲ୍ଲେଖଥାଉ କି, ନିକଟରେ ବରୁଣ ସୋସିଆଲ ମିଡିଆରେ ଏକ ଷ୍ଟୋରୀରେ କିଛି ସେୟାର କରିଥିଲେ । ଯାହା ଜଣାପଡୁଛି ଯେ ସେ ଜାହ୍ନବୀ କପୁରଙ୍କ ସହ ମଧ୍ୟ କିଛି କାମ କରିବାକୁ ଯାଉଛନ୍ତି। ଯଦି ଉଭୟ ଏକାଠି କାମ କରିବେ ତେବେ ଏହା ସେମାନଙ୍କର ପ୍ରଥମ ପ୍ରୋଜେକ୍ଟ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login