The Ultimate Managed Hosting Platform
ADVERTISEMENT

କାଶ୍ମୀର ଫାଇଲ୍’କୁ ନେଇ ଫାରୁକ୍‌ ଅବଦୁଲ୍ଲା ଦେଲେ ଏପରି ବୟାନ

Facebook
Twitter
LinkedIn

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ କାଶ୍ମୀର ଫାଇଲ ଉପରେ ଦେଇଥିବା ବୟାନ୍‌ ଉପରେ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିବେକ କହିଛନ୍ତି ଯେ ଯଦି ସେ ଏହି ପ୍ରସଙ୍ଗରେ ନୀରବ ରୁହନ୍ତି ତେବେ ଏହା ଠିକ୍ ଅଟେ। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ସହ ଫାରୁକ୍ ଅବଦୁଲ୍ଲାଙ୍କ ବନ୍ଧୁତା ରହିଛି। ଖବର ଥିଲା ଯେ କାଶ୍ମୀରରେ ଯେତେବେଳେ ଲୋକଙ୍କୁ ହତ୍ୟା କରାଯାଉଥିଲା, ଅବଦୁଲ୍ଲା ସେତେବେଳେ ବାଇକ୍‌ରେ ବଲିଉଡ ହିରୋଇନମାନଙ୍କୁ ବୁଲାଉଥିଲେ। କାଶ୍ମୀର ଫାଇଲ୍ ରିଲିଜ୍ ହେବା ପରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ତାଙ୍କ ଶାସନ କାଳରେ ଏହି ହତ୍ୟାକାଣ୍ଡ ଘଟି ନଥିଲା। ଯଦି ଦାୟୀ ବୋଲି ଜଣାପଡେ, ତେବେ ତାଙ୍କୁ ଫାଶୀ ଝୁଲିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଯେତେବେଳେ ବିବେକ ଅଗ୍ନିହୋତ୍ରୀଙ୍କୁ ଫାରୁକ୍ ଅବଦୁଲ୍ଲାଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେବାକୁ କୁହାଗଲା, ସେତେବେଳେ ସେ ରାଗକୁ ଖୋଲାଖୋଲି ଭାବରେ ଜଣାଇଲେ । ଏକ ସାକ୍ଷାତକାରରେ କହିଛନ୍ତି କି ଯଦି ସତ୍ୟତା ଉପରେ ଅବଦୁଲ୍ଲା ସାହେବ କହିବେ ତେବେ ମାମଲା ବହୁ ଦୂରକୁ ଯିବ। ତାଙ୍କ ପାଇଁ ଭଲ ହବ ଏହି ବିଷୟରେ କିଛି ଆଲୋଚନା ନ କରନ୍ତୁ । ବିବେକ ତାଙ୍କ ଟ୍ୱିଟ୍‌ରେ ଦର୍ଶାଇଛନ୍ତି ଯେଉଁଥିରେ ଭାରତ ମାତା କି ଜୟ କହିଥିବା ଜଣେ ବ୍ୟକ୍ତିଙ୍କ ଜିଭ କଟା ଯାଇଥିଲା । କାହିଁକି ନା ୧୯୮୯ ମସିହାର କଥା ଫାରୁକ୍ ଅବଦୁଲ୍ଲା ସେତେବେଳେ ସେଠାକାର ସରକାର ଥିଲେ। ସମସ୍ତେ ସେମାନଙ୍କର ଫଟୋ ଦେଖିଛନ୍ତି। ଦୁନିଆର ଆତଙ୍କବାଦୀଙ୍କ ସହ ତାଙ୍କର ବନ୍ଧୁତା ରହିଛି।

ଯେତେବେଳେ ଏହି ସବୁ ଆରମ୍ଭ ହେଲା, ସେ ଲଣ୍ଡନକୁ ପଳାଇଥିଲେ। ସେଥିପାଇଁ ତାଙ୍କୁ ଡିସ୍କୋ ସିଏମ୍ କୁହାଯାଉଥିଲା । ଯେତେବେଳେ ଲୋକମାନେ ମରିଯାଉଥିଲେ, ସେମାନେ ଡିସ୍କୋରେ ନାଚୁଥିଲେ । ତାଙ୍କ କ୍ୱାର୍ଟରରେ ଆତଙ୍କବାଦୀମାନେ ମଧ୍ୟ ଆଶ୍ରୟ ନେଉଥିଲେ। ଅବଦୁଲ୍ଲାଙ୍କ ବୟାନରେ ପଲ୍ଲବୀ ଯୋଶୀ କହିଥିଲେ ଯେ ରାଜନୀତି ତାଙ୍କ କ୍ଷେତ୍ର ନୁହେଁ, ଫିଲ୍ମ ତିଆରି କରିବା ପାଇଁ ସେ ୪ବର୍ଷ ରିଚର୍ଚ୍ଚ କରିଥିଲେ । ପୀଡିତ, ପୋଲିସ୍ ଏବଂ ଅଧିକାରୀଙ୍କ ବୟାନର ଭିଡିଓ ଅଛି । କାହିଁକି ନା ୭୦୦ ଲୋକ ଏକାଥରକେ ମିଛ କହିପାରିବେ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login