ଡେରାଡୁନ : ଉତ୍ତରାଖଣ୍ଡରେ ଖୁବଶୀଘ୍ର ୟୁନିଫର୍ମ ସିଭିଲ କୋଡ ବା ୟୁସିସି ଲାଗୁ ହେବ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ମୁଖ୍ୟମନ୍ତ୍ରୀ ଧାମୀ ଘୋ,ଣା କରିଛନ୍ତି ଜାନୁଆରୀ ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି କୋଡ ଲାଗୁ କରିବ । ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ୱାସ ର ମୋ÷÷ଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋର୍ଡ ଆଇନ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ସମାଜକୁ ଏକ ନୂଆ ଦିଗ ମିଳିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା।
Views: 27