The Ultimate Managed Hosting Platform
ADVERTISEMENT

ମହାଠକ ସୁକେଶ ଜ୍ୟାକଲିନ୍‌ଙ୍କୁ କରିଥିଲେ ପ୍ରପୋଜ୍‌, ହୀରା ମୁଦିରେ ଲେଖା ହୋଇଥିଲା ଏହି ଅକ୍ଷର…

Facebook
Twitter
LinkedIn

 ମହାଠକ ନାମରେ ବେଶ ଜଣାଶୁଣା ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଏବେ ନୂଆ ନୂଆ ଖୁଲାସା କରାଯାଉଛି। ନିକଟରେ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୁମି ପେଡନେକରଙ୍କ ନାମ ଟାର୍ଗେଟ୍‌ ଲିଷ୍ଟରେ ସାମିଲ୍‌ ଥିଲା । ସେହି ଠକେଇ ଟଙ୍କାରେ ସେମାନଙ୍କୁ ଉପହାର ଦେଇଥିଲେ । ଯାହା ଇଡିର ତଦନ୍ତରୁ ଜଣାପଡିଛି । କିନ୍ତୁ ସୁକେଶଙ୍କ ନାମ ଅଭିନେତ୍ରୀ ଜ୍ୟାକଲିନଙ୍କ ସହ ଜଡିତ ଅଛି। ଏବେ ଖବର ମିଳିଛି ଯେ ଏହି ମହାନଠକ ମଧ୍ୟ ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବା ପରେ ସେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ କୋଟି ଟଙ୍କା ମୂଲ୍ୟର ଉପହାର ଗ୍ରହଣ କରିଥିବା ଜଣାପଡିଛି। ଏହା ମଧ୍ୟ କୁହାଯାଇଛି ଯେ ଦୁହେଁ ମଧ୍ୟ ସଂପର୍କରେ ଥିଲେ। ଏବେ ଶୁଣିବାକୁ ମିଳୁଛି କି ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ହୀରା ମୁଦି ସହିତ ପ୍ରପୋଜ୍‌ କରିଥିଲେ । ସବୁଠାରୁ ବଡ କଥା ହେଲା ସେହି ହୀରା ମୁଦିରେ J ଏବଂ S ନାମର ଅକ୍ଷର ଥିଲା ।

 ତେବେ କହିବାକୁ ଗଲେ ନିକଟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ସୁକେଶ ଚନ୍ଦ୍ରଶେଖରଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଆସିବା ପରେ କଳ୍ପନାଜଳ୍ପନା କରାଯାଇଥିଲା ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । ଏହା ମଧ୍ୟ ସାମ୍ନାକୁ ଆସିଛି କି ଅଭିନେତ୍ରୀଙ୍କୁ ସୁକେଶଙ୍କ ଠାରୁ କୋଟି ଟଙ୍କା ଉପହାର ମଧ୍ୟ ମିଳିଥିଲା ​​ଯେଉଁଥିରେ ୯ଲକ୍ଷ ଟଙ୍କା ମୂଲ୍ୟର ଘୋଡା ଏବଂ ୫୨ ଲକ୍ଷ ମୂଲ୍ୟର ପାର୍ସୀୟନ କାର ମଧ୍ୟ ରହିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login