ନୂଆଦିଲ୍ଲୀ : ୱାନ ନେସନ, ୱାନ ଇଲେକ୍ସନ ବିଲ୍ କୁ ଅନୁମୋଦନ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲକୁ ଅନୁମୋଦନ । ଶୀଘ୍ର ସଂସଦର ଅଧିବେଶନ ରେ ହୋଇପାରେ ଆଗତ । ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । କ୍ୟାବିନେଟ୍ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା ।
ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍ କୁ ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। ଶେଷରେ ଏହି ବିଧେୟକଟି ସଂସଦରେ ଉପସ୍ଥାପନା କରାଯିବ ଆଉ ଏହାକୁ ପାସ୍ କରାଯିବ ।
Views: 39