ସାଉଥ ସିନେମାର ସବୁଠୁ ଲୋକପ୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ଅର୍ଥାତ ଆଜି ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଆଜି ସେ ୭୪ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।
ସୋସିଆଲ ମିଡିଆଠୁ ନେଇ ଚେନ୍ନାଇ ସ୍ଥିତ ବାସଭବନ ସବୁଠି ପହଞ୍ଚି ନିଜ ନିଜ ତରିକାରେ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂସକ । ସେ ଇଣ୍ଡଷ୍ଟ୍ରିର ଏପରି ଜଣେ ଅଭିନେତା ଯାହାଙ୍କୁ ଲୋକମାନେ ଭଗବାନ ପରି ପୂଜା କରନ୍ତି । ରଜନୀକାନ୍ତଙ୍କର କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ ଫ୍ୟାନ୍ସମାନେ ସେହି ଫିଲ୍ମର ପୋଷ୍ଟରକୁ କ୍ଷୀରରେ ସ୍ନାନ କରାନ୍ତି ।
କିନ୍ତୁ ଏବେ ଜଣେ ଫ୍ୟାନ ରଜନୀକାନ୍ତଙ୍କ ପାଇଁ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ୟ୍ୟ ହୋଇଯିବେ । ରଜନୀକାନ୍ତଙ୍କର ଜଣେ ଫ୍ୟାନ ନିଜ ଘରେ ଏକ ଥଲାଇବା ମନ୍ଦିର ନିର୍ମାଣ କରିଛନ୍ତି । ତେବେ ଚଳିତ ବର୍ଷ ସେ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ଏକ ନୂଆ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସେ କହିଛନ୍ତି ଯେ ରଜନୀକାନ୍ତ ତାଙ୍କପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହେଁ । ସେ ତାଙ୍କୁ ଭଗବାନ ଭଳି ପୂଜା କରନ୍ତି । ଥଲାଇବାଙ୍କ ବିଷୟରେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି, କିନ୍ତୁ ଏହା ସତ୍ୟ । ଏହି ଖବର ମଦୁରାଇରୁ ଆସିଛି । ଏହି ମନ୍ଦିର ବିଷୟରେ ଆଉ ଏକ ବିଶେଷ କଥା ହେଉଛି, ଏଠାରେ ଅଭିନେତାଙ୍କର ୩ ଫୁଟ ଏବଂ ୩୦୦ କିଲୋଗ୍ରାମର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ତେବେ ଏହି ଫ୍ୟାନଙ୍କ ନାମ ‘କାର୍ତ୍ତିକ’ ବୋଲି ଜଣାପଡିଛି ।
୭୪ ବର୍ଷରେ ପାଦ ଥାପିଲେ ରଜନୀକାନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











