ଭୁବନେଶ୍ୱର : ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ ଭୂମିକାରେ ସେ ଜଣେ ବ୍ୟକ୍ତି । ସେ ହେଉଛନ୍ତି ପ୍ରଶାନ୍ତ ନନ୍ଦ । ଆଜି ତାଙ୍କର ଜନ୍ମଦିନ । ୧୯୪୭ ମସିହା ମେ ୨ ତରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍ ସକ୍ରିୟ ନିଜ କର୍ମରେ । ପ୍ରଶାନ୍ତ ନନ୍ଦ ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ୟ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଅଭିନୟର ଯାଦୁ ଲୋକଙ୍କୁ ଆକୃଷ୍ଟ କରୁଥିଲା । ଆଉ ସେହି ଅଭିନୟ ପାଇଁ ଲୋକମାନେ ଆଜି ବି ତାଙ୍କୁ ଭଲପାଉଛନ୍ତି ।
୭୬ ବର୍ଷ ବୟସରେ ପାଦ ଥାପିଲେ ପ୍ରଶାନ୍ତ ନନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











