ନୂଆଦିଲ୍ଲୀ : ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ୩ ଟି ଦେଶ ଜାପାନ୍, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆକୁ ଯିବେ । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଜି ସେଭେନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶ ସହ ଶାନ୍ତି , ସ୍ଥିରତା , ସୁରକ୍ଷା ବ୍ୟବସ୍ଥା ଓ ଜଳବାୟୁ ପରିବର୍ତନ ପରି ବିଭିନ୍ନ ପ୍ରମୁଖ ବିଷୟରେ ଆଲୋଚନା କରିବେ । ସେହିପରି ମେ ୧୯ ରୁ ୨୧ ମଧ୍ୟରେ ଜାପାନରେ ରହିବେ ମୋଦି । ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ଫିଶିଦା ଫୁମିୟୋଙ୍କ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ବୈଠକର କାଯ୍ୟକ୍ରମ ରହିଛି ।
Views: 74