The Ultimate Managed Hosting Platform
ADVERTISEMENT

୬ରେ ଆନେ୍ଦାଳନ କରିବ ବିଜେଡି

Facebook
Twitter
LinkedIn

ଭୁବନେଶ୍ୱର :ଦରଦାମ ବୃଦ୍ଧିକୁ ନେଇ ଆନେ୍ଦାଳନକୁ ଓହ୍ଲାଇବ ବିଜେଡି । ୬ ତାରିଖରେ ଲୋୟର ପିଏମଜିରେସ ଆନେ୍ଦାଳନ କରିବ ବିଜେଡି । ସୂଚନା ଦେଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।ସାମ୍ଵାଦିକ ସମ୍ମିଳନୀରେ ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଦରଦାମ୍ ବୃଦ୍ଧି ନେଇ ସାମ୍ଵାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ଡବଲ ଇଞ୍ଜିନ ସରକାର ଆସିବା ପରେ ଦରଦାମ୍ ହୁ ହୁ ହୋଇ ବଢୁଛି । ଏଥିରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ବିଜେଡି ଲଢ଼ିବ । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟଦାସ ବର୍ମା । ଦରଦାମ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରୋଷେଇ ଘରକୁ ସରକାର ଗୋଇଠା ମାରିଛନ୍ତି । ମହିଳା ରୋଷେଇ ଘରକୁ ଗଲେ ଡବଲ ଇଞ୍ଜିନ ସରକାର କଥା ମନେପକାଉଛି । ସାଧାରଣ ଲୋକଙ୍କୁ ସରକାର ଶୋଷଣ କରୁଛନ୍ତି । ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଅନ୍ତି । ହେଲେ ଡବଲ ଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତି ନିଘାନାହିଁ । ଯଦି ସରକାର ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login