ନୟାଗଡ : ରିଜର୍ଭ ପୋଲିସର ୪ କର୍ମଚାରୀ ସସପେଣ୍ଡ । ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ଏସପି । ରାସ୍ତାରେ ଉଭୟଙ୍କ ମଧ୍ୟରେ ମାଡପିଟ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ ଏସପି । ସେମାନେ ହେଲେ, ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା । ସମସ୍ତେ ନୟାଗଡ ରିଜର୍ଭ ପୋଲିସର କନେଷ୍ଟବଳ କର୍ମଚାରୀ । ସୂଚନାଅନୁସାରେ, ନୟାଗଡର ତ୍ରିନାଥ ଛକରେ ଜିରୋନାଇଟ ଚାଲିଥିବା ବେଳେ କୌଣସି ଏକ କାରଣକୁ ନେଇ ଦୁଇ ପୋଲିସ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ହାତାହାତି ଯାଇଁ ଯାଇଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଥିଲା । ତେବେ ବିଶୃଙ୍ଖଳା ଆଚରଣକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ପୋଲିସ । ୪ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନୟାଗଡ ଏସପି । ପୋଲିସ ବାବୁଙ୍କ ଏଭଳି କାର୍ୟ୍ୟ ନିନ୍ଦିତ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏସପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
୪ ପୋଲିସ ସସପେଣ୍ଡ, ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ଏସପି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











