ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ । ପରିବାରର ଦୁଇ ଜଣଙ୍କୁ ବାନ୍ଧି ୫୦ ଲକ୍ଷର ସୁନାଗହଣା ଲୁଟ ଅଭିଯୋଗ । ବିଳମ୍ବିତ ରାତିରେ ୫ଜଣ ଡକାୟତ ଘରେ ପଶି ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଏହାପରେ ପ୍ରାୟ ୪୦ ମିନିଟ ଧରି ଚଳାଇଥିଲେ ଲୁଟପାଟ। ହାତଗୋଡ ବାନ୍ଧି ୧ କିଲୋ ସୁନା ଓ ୨ କିଲୋ ରୁପା ଗହଣା ଲୁଟିନେଇ ଚମ୍ପଟ ମାରିଥିଲେ । ଡକାୟତଙ୍କ ମଧ୍ୟରେ ଦୁଇ ଅଣ ଓଡ଼ିଆ ଲୋକ ଥିଲେ । ସେମାନଙ୍କୁ ଧରିବାକୁ ତନାଘନା ଚଳାଇଛି ସୋର ପୋଲିସ ।
Views: 12