ଭୁବନେଶ୍ୱର : ପୁଣି ୪ଟା ଯାଏଁ ଗୃହ ମୁଲତବୀ । ଶୂନ୍ୟକାଳରେ ଏଏସଓ ଚାକିରି ବିବୃତି ନେଇ ବିଜେଡିର ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିଜେଡିର ହୋହଲ୍ଲା ପରେ ମୁଲତବି । ଗତକାଲି ବିଧାନସଭାରେ ପ୍ରଶ୍ନପତ୍ର ନେଇ ସଂଶୋଧନ ବିଲ ଆସିଥିଲା। ମୁଖ୍ୟମନ୍ତ୍ରୀ ସାଙ୍ଘାତିକ କଥା କହିଥିଲେ ଯେ, ୩୦ ଲକ୍ଷ ଟଙ୍କାରେ ଇଝଙ ଚାକିରି ବିକ୍ରି ହୋଇଥିଲା। ମୁଖ୍ୟମନ୍ତ୍ରୀ ଏପରି କହିବା ଶୋଭନୀୟ ନୁହେଁ। କିଏ ଲାଞ୍ଚ ନେଇ ଚାକିରି ଦେଲା, ତଦନ୍ତ କରନ୍ତୁ। କିଏ ଲାଞ୍ଚ ନେଇଛନ୍ତି ଓ କିଏ ଲାଞ୍ଚ ନେଇ ଚାକିରି ପାଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।
Views: 25