ଭୁବନେଶ୍ୱର : ଆସନ୍ତାକାଲି ବୁଧବାର ଠାରୁ ୩ ଦିନ ଧରି କୋରପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଗସ୍ତ କାର୍ୟ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ “ପରବ ୨୦୨୪” ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡ଼ା ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ ଶକ୍ତି ବିଭାଗର କାର୍ୟ୍ୟନ୍ୱୟନ ସମୀକ୍ଷା କରିବେ। ଏତଦ୍ ବ୍ୟତୀତ ସେ ଏହି ଦୁଇ ଜିଲ୍ଲାରେ ଥିବା ପ୍ରମୁଖ ପର୍ୟ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କାର୍ୟ୍ୟକୁ ମଧ୍ୟ ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୪ ଓ ୧୫ରେ କୋରାପୁଟ ଗସ୍ତ କରିଥିଲେ। ସେ ପରବ-୨୦୨୪ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।
Views: 29