ଭୁବନେଶ୍ୱର : ଜାନୁଆରୀ ୩୧ରେ ଇକେୱାଇସି ଶେଷ ହେବ । ଏହା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ତେବେ ଏନେଇ ଆଜି ପୁଣି ଲୋକଙ୍କୁ ଚେତାଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତା ପୂର୍ବରୁ ସରେଣ୍ଡର କଲେ କାର୍ୟ୍ୟାନୁଷ୍ଠାନ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି ।
Views: 27