ମୁମ୍ବାଇ : ୩୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ବସ୍ । ଘଟଣାସ୍ଥଳରେ ୪ ମୃତ, ୨୫ ଆହତ ମେଡିକାଲରେ ଭର୍ତ୍ତି । ପଶ୍ଚିମ କୁର୍ଲା ବାର୍ଭି ମାର୍ଗରେ ଜଣଙ୍କ ପରେ ଜଣଙ୍କୁ ପିଟି ଚାଲିଲା ବସ୍ । ବସ୍ ଡ୍ରାଇଭରକୁ କାବୁ କରି ଜିମା ଦେଲେ ଲୋକେ ।
ସୂଚନା ମୁତାବକ, ଗତ କଲି ରାତି (ସୋମବାର) କୁର୍ଲା ପଶ୍ଚିମ ରେଳ ଷ୍ଟେସନର ଆମ୍ବେଦକର ନଗର ଅଞ୍ଚଳରେ ବସ ଏହି ଦୁର୍ଘଟଣା ଘଟାଇଛି ।ମୁମ୍ବାଇର ବ୍ୟସ୍ତବହୁଳ କୁର୍ଲାରେ ଏକ ବସ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ପ୍ରଥମେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଏହା ପରେ ନିୟନ୍ତ୍ରଣ ହରାଇ ଆଉ କିଛି ଗାଡ଼ିକୁ ଧକ୍କା ଦେବା ସହ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିଲା । କୁର୍ଲା ଷ୍ଟେସନରୁ ଅନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ସିଅନ ଓ କୁର୍ଲା ଭାବା ହସପିଟାଲରେ ଭର୍ତ୍ତି କରାଯାଇଛି । ବସ ଡ୍ରାଇଭରକୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ ।
Views: 33